ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୭୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬ ରେ ପଂହଚିଛି । ସେଥିମଧ୍ୟରେ ୫୦୮ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୪୭ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୩, ବାଲେଶ୍ୱର ୯, ବରଗଡ଼ ୧, ଭଦ୍ରକ ୨, ବଲାଙ୍ଗିର ୧୨, କଟକ ୫୫, ଢେଙ୍କାନାଳ ୪, ଦେବଗଡ଼ ୪, ଗଜପତି ୩୦, ଗଂଜାମ ୩୨୦, ଜଗତସିଂହପୁର ୫, ଯାଜପୁର ୮୬, କନ୍ଧମାଳ ୨, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୩୨, ଖୋର୍ଦ୍ଧା ୫୯, କୋରାପୁଟ ୫, ମାକାନଗିରି ୧୮, ମୟୁରଭଂଜ ୧୨, ନୟାଗଡ଼ ୧୬, ପୁରୀ ୧୧, ସମ୍ବଲପୁର ୨, ସୁନ୍ଦରଗଡ଼ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୭୬ଟି ମାମଲା ସକ୍ରିୟ ରହିଥିବା ୭୪୦୭ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





