ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ ରେ ପଂହଚିଛି । ସେଥିମଧ୍ୟରେ ୧୭୪ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୩୬ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଖୋର୍ଦ୍ଧା ୪୭, ନୟାଗଡ଼ ୩, କେନ୍ଦୁଝର ୫, ଦେବଗଡ଼ ୧, ନବରଂଗପୁର ୨, ଗଂଜାମ ୫୮, କଟକ ୫, ଅନୁଗୁଳ ୧, ବାଲେଶ୍ୱର ୨, ଢେଙ୍କାନାଳ ୭, ଯାଜପୁର ୮, ପୁରୀ ୮, ଗଜପତି ୨୯, ସୁନ୍ଦରଗଡ଼ ୬, କେନ୍ଦ୍ରାପଡ଼ା ୩, ସମ୍ବଲପୁର ୧, ବଲାଙ୍ଗିରୀ ୧୧, ମୟୁରଭଂଜ ଜିଲ୍ଲାରୁ ୭, ଏନ୍ଡିଆର୍ଏଫରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧୫ଟି ମାମଲା ସକ୍ରିୟ ରହିଥିବା ୪୧୨୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





