ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ ରେ ପଂହଚିଛି । ଏହି ପ୍ରରିପ୍ରେକ୍ଷିରେ ଜିଲ୍ଲାରୁ ନୂଆ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ମୋଟ ୧୩୭ ପଂହଚିଥିବା ଜଣାଯାଇଛି । ପୂର୍ବରୁ ଜିଲ୍ଲାରେ ୧୩୫ ଆକ୍ରାନ୍ତ ରହିଥିଲେ ।






