ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ରେ କାୟା ମେଲାଇ ଚାଲିଥିବା କରୋନା କବଳରେ ୧୧୬ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ଶହେ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଜିଲ୍ଲାରେ ପୂର୍ବରୁ ୯୫ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ନୟାଗଡ଼ ବ୍ଲକରୁ ୨ ଜଣ ଏବଂ ଦଶପଲ୍ଲା ବ୍ଲକର ୩ ଜଣ ବୋଲି ସୂଚନା ମିଳିଛି ।






