ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ରେ ପଂହଚିଛି । ସେଥିମଧ୍ୟରେ ୯୫ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୩ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ମାଲକାନାଗିରି ଜିଲ୍ଲାରୁ ୨୧ ଜଣ, କେଉଁଝର ଜିଲ୍ଲାରୁ ୫, ଖୋର୍ଦ୍ଧା ୭, କେନ୍ଦ୍ରାପଡ଼ା ୯, ଅନୁଗୁଳ ୧, ବାଲେଶ୍ୱର ୪, କଟକ ୧, ଜଗତସିଂହପୁର ୯, ଗଞ୍ଜାମ ୮, ପୁରୀ ୧୫,ଗଜପତି ୭, ସୁନ୍ଦରଗଡ଼ ୨, କଳାହାଣ୍ଡି ୧, ବରଗଡ଼ ୧, ବଲାଙ୍ଗିରରୁ ଜଣେ ଆକ୍ରନ୍ତ ଚିହ୍ନଟ ହୋଇଥିା ବେଳେ ୧୬ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯୫ଟି ମାମଲା ସକ୍ରିୟ ରହିଥିବା ୨୮୫୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





