ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହର ଖଣ୍ଡପଡ଼ା ରୋଡ଼ରେ ରହିଥିବା ଗୁପ୍ତା ଡିଷ୍ଟିବୁଟରରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏହି ବ୍ୟକ୍ତି କିଛିଦିନ ତଳେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଦେଇ ତାଙ୍କ ନିଜସ୍ୱ ଘର ପିପିଲି ଚାଲି ଯାଇଥିବା ଜଣାଯାଇଛି । ସେହିଦିନ ତାଙ୍କର ପଜିଟିଭ ବାହାରିଥିବା ତାଙ୍କୁ ଡାକ୍ତରଖାନାରୁ ତାଙ୍କୁ ସୂଚନା ଦିଆଯାଇଥିଲା । ସେ ନୟାଗଡ଼ ସହର ମିଶ୍ର କଲୋନୀରେ ଭଡ଼ାରେ ରହୁଥିବା ସୂଚନା ମିଳିଛି । ମାତ୍ର ଏହି ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନିକଟସ୍ଥ ତାଙ୍କ ଗ୍ରାମରେ ରହୁଥିବା ବେଳେ ସେ କିଭଳି ଡାକ୍ତରଖାନା ଯିବେ, ସେ ନେଇ ଚିନ୍ତାରେ ଥିବା ବେଳେ ଏବେ ବାହାରୁ କିଛି ଔଷଧ ଆଣି ଖାଇବା ସହ ଗୃହ ସଂଗରୋଧରେ ଥିବା ସୂଚନା ଦେଇଛନ୍ତି । ଏତଦ୍ ବ୍ୟତିତ ଗୁପ୍ତା ଡିଷ୍ଟିବୁଟର ଏବଂ ସେ ଭଡ଼ା ରହୁଥିବା ଘର ଅଂଚଳକୁ ସାନିଟାଇଜେସନ୍ କରିବାକୁ ଦାବି କରିଛନ୍ତି ।






