Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାବ ଦେଇ ଗାଁ ବୁଲା, ରିପୋର୍ଟ…

by Anil Panda
July 30, 2020
in Breaking, Feature News, Nayagarh
1.1k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୫୬୧ରେ ପହଂଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୫୦ରୁ ଉର୍ଦ୍ଧ୍ୱ ରହିଛି । ପ୍ରତ୍ୟେକ ଦିନ ୧୦ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଜିଲ୍ଲାର ଅଧିକାଂଶ ବ୍ଲକରେ ଆକ୍ରାନ୍ତ ସଂଖ୍ୟା ୫୦ରୁ ଉର୍ଦ୍ଧ୍ୱ ହୋଇସାରିଛି । ଏଭଳି ପରିସ୍ଥିତିରେ ଜିଲ୍ଲାରୁ ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ସ୍ଥାନୀୟ ସଂକ୍ରମିତଙ୍କ ସଠିକ୍ କଣ୍ଟାକ୍ ଟ୍ରେସିଂ ହେଉନଥିବା ଅଭିଯୋଗ ହେଉଛି । ଯାହା ଫଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଗୃହ ସଂଗରୋଧରେ ରଖାଯାଇ ପାରୁ ନାହିଁ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ବ୍ୟକ୍ତି ଅନ୍ୟାୟସରେ ସହର, ବଜାର ଏପରିକି ସରକାରୀ କାର୍ଯ୍ୟାଳୟକୁ ଆସି ସଂକ୍ରମଣ ବଢ଼ାଉ ଥିବାର ଅଭିଯୋଗ ହୋଇଛି । ସେହିଭଳି ଭାବେ ବାହାରୁ ଆସିଥିବା ବ୍ୟକ୍ତି ଏବଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର ସ୍ୱାବ ପରୀକ୍ଷା ପାଇଁ ଦେଇ ବାହାରେ ବୁଲୁଥିବା ଅଭିଯୋଗ ହେଉଛି । ସ୍ୱାବ ଦେଇଥିବା କଥାକୁ ଲୁଚାଇ ବ୍ୟକ୍ତିମାନେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ କିଛି ଗୋଳିଆ କରି ଦେଉଛନ୍ତି । ସେମାନଙ୍କ ପରୀକ୍ଷା ରିର୍ପୋଟ ଆସିବା ବେଳକୁ ସଂପୃକ୍ତ ଅଂଚଳରେ ଭାଳେଣୀ ପଡ଼ି ଯାଉଛି । ପଂଚାୟତ ସରପଂଚ ସ୍ଥାନୀୟ ଅଂଚଳକୁ ସଟ୍‌ଡାଉନ୍ କରୁଛନ୍ତି ଅଥବା ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ ଘୋଷଣା କରୁଛନ୍ତି । ଯାହାକୁ ନେଇ, ଏହାକୁ ରୋକା ନଗଲେ ଏବଂ କଟକଣାକୁ କଡ଼ା କଡ଼ି କରାନଗଲେ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ଆକଳନ କରାଯାଉଛି । ସ୍ୱାବ ଦେଉଥିବା ବ୍ୟକ୍ତିଙ୍କୁ ଗୃହ ସଂଗରୋଧ ରହିବା ବାଧ୍ୟତାମୂଳକ କରିବା ନେଇ ବିଭିନ୍ନ ମହଲରୁ ଦାବି ହେଉଛି, ଏହାକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେବାର ଆବଶ୍ୟକତା ରହିଛି । ଯେଉଁ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଉଛି, ସେ ବ୍ୟକ୍ତିଙ୍କ ସଂମ୍ପର୍କରେ ତଥ୍ୟ ସ୍ଥାନୀୟ ଅଧିକାରୀ, ଉକ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଏବଂ ସରପଂଚଙ୍କୁ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ନତୁବା ଜିଲ୍ଲାରେ ଅନେକ ପଂଚାୟତକୁ କଣ୍ଟେନ୍‌ମେଣ୍ଟ କରିବା ଆବଶ୍ୟକ ପଡ଼ିବ ବୋଲି ଆଲୋଚନା ହେଉଛି । ସ୍ୱାବ ଦେଇଥିବା ବ୍ୟକ୍ତିଙ୍କ ସଂପର୍କରେ କିଛି ସୂଚନା ନଥିବାରୁ ଗତକାଲି ବିରୁଡ଼ା, ଶ୍ୟମାଘନପୁର ଏବଂ ବଡ଼ପଣ୍ଡୁସର ଗ୍ରାମରେ ସୃଷ୍ଟି ହୋଇଥିବା ପରିସ୍ଥିତି ଏହାର ଉଦାହରଣ ବୋଲି ଧରା ଯାଇପାରେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!