ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୧୭୫ରେ ପଂହଚିଛି । ସେଥିମଧ୍ୟରେ ୬୬୨ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪୦୬ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୨୦, ବାଲେଶ୍ୱର ୨୯, ବରଗଡ଼ ୫, ଭଦ୍ରକ ୪, ବଲାଙ୍ଗିର ୨୬, କଟକ ୬୧, ଦେଓଗଡ଼ ୨, ଢେଙ୍କାନାଳ ୧, ଗଂଜାମ ୨୪୫, ଗଜପତି ୮୮, ଜଗତସିଂହପୁର ୩, ଯାଜପୁର ୧୨, ଝାରସୁଗୁଡ଼ା ୧୨, କଳାହାଣ୍ଡି ୧୯, କନ୍ଧମାଳ ୧୧, କେନ୍ଦ୍ରାପଡ଼ା ୮, ଖୋର୍ଦ୍ଧା ୧୯୪, କୋରାପୁଟ ୬୬, ମାଲକାନଗିରି ୧, ମୟୁରଭଂଜ ୨୦, ନବରଂଗପୁର ୨୬, ନୟାଗଡ଼ ୨୯, ନୂଆପଡ଼ା ୧୧, ପୁରୀ ୧୬, ରାୟଗଡ଼ା ୨୪, ସମ୍ବଲପୁର ୨୧, ସୋନପୁର ୨, ସୁନ୍ଦରଗଡ଼ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯୨୦ ଟି ମାମଲା ସକ୍ରିୟ ରହିଥିବା ୧୮୦୬୦ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





