ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୧୧୦ରେ ପଂହଚିଛି । ସେଥିମଧ୍ୟରେ ୪୪୬ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୨୭ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୪, ବାଲେଶ୍ୱର ୧୩, ଭଦ୍ରକ ୫୮, କଟକ ୩୨, ଢେଙ୍କାନାଳ ୧୦, ଗଜପତି ୧୫, ଗଂଜାମ ୨୩୯, ଜଗତସିଂହପୁର ୩୬, ଯାଜପୁର ୨୮, ଝାରସୁଗୁଡ଼ା ୧୪, କନ୍ଧମାଳ ୪୪, କେନ୍ଦ୍ରାପଡ଼ା ୪, ଖୋର୍ଦ୍ଧା ୫୮, କେନ୍ଦୁଝର ୨୪, କୋରାପୁଟ ୪୧, ମାଲକାନଗିରି ୪, ମୟୁରଭଂଜ ୧, ନୟାଗଡ଼ ୪, ପୁରୀ ୪, ସମ୍ବଲପୁର ୩, ସୋନପୁର ୪, ସୁନ୍ଦରଗଡ଼ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୩ ଟି ମାମଲା ସକ୍ରିୟ ରହିଥିବା ୧୨୪୫୨ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





