ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ରେ ପଂହଚିଛି । ସେଥିମଧ୍ୟରେ ୩୯୪ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୦୨ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ବାଲେଶ୍ୱର ୧୧, ବରଗଡ଼ ୩, ଭଦ୍ରକ ୧୧, ବଲାଙ୍ଗିର ୧, କଟକ ୧୧, ଗଜପତି ୨୦, ଗଂଜାମ ୨୩୦, ଜଗତସିଂହପୁର ୫, ଯାଜପୁର ୯୭, କଳାହାଣ୍ଡି ୪, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୩, ଖୋର୍ଦ୍ଧା ୭୬, କୋରାପୁଟ ୪୪, ମାକାନଗିରି ୩୬, ମୟୁରଭଂଜ ୧୪, ନୟାଗଡ଼ ୫, ପୁରୀ ୧୦, ରାୟଗଡ଼ା ୨, ସମ୍ବଲପୁର ୨, ସୁନ୍ଦରଗଡ଼ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୭୭ଟି ମାମଲା ସକ୍ରିୟ ରହିଥିବା ୮୩୬୦ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





