ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୬ଟି ଜିଲ୍ଲାରେ ୫ ଶହରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ଏହି ୫ଟି ଜିଲ୍ଲାରେ କରୋନା ତାଣ୍ଡବ ରଚୁଥିବା ବେଳେ ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୬ ଶହରୁ ଉର୍ଦ୍ଧ୍ୱରେ ପହଂଚି ସାରି ସର୍ବାଧିକ ସ୍ଥାନରେ ରହିଛି । ସେହିଭଳି ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହରୁ ଉର୍ଦ୍ଧ୍ୱ ହୋଇଛି । ତଥ୍ୟ ଅନୁସାରେ, କଟକ ଜିଲ୍ଲାରେ ୯ ଶହରୁ ଉର୍ଦ୍ଧ୍ୱ, ଯାଜପୁର ୭୯୯, ସୁନ୍ଦରଗଡ଼ ୬୫୦ରୁ ଉର୍ଦ୍ଧ୍ୱ, ଗଜପତି ୫୯୩, ବାଲେଶ୍ୱର ୫୦୮ରେ ପହଂଚି ସାରିଥିବା ଜଣାଯାଇଛି ।





