ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬ରେ ପଂହଚିଛି । ସେଥିମଧ୍ୟରେ ୩୮୪ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୮୬ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୧, ବାଲେଶ୍ୱର ୩, ଭଦ୍ରକ ୨, ବୈାଦ୍ଦ ୩, କଟକ ୪୬, ଗଜପତି ୨୫, ଗଂଜାମ ୨୧୮, ଜଗତସିଂହପୁର ୧୬, ଯାଜପୁର ୪୦, ଝାରସୁଗୁଡ଼ା ୩୧, କେନ୍ଦ୍ରାପଡ଼ା ୬, କେନ୍ଦୁଝର ୧୪, ଖୋର୍ଦ୍ଧା ୩୭, କୋରାପୁଟ ୧୧, ମୟୁରଭଂଜ ୧୦, ନୟାଗଡ଼ ୩୭, ପୁରୀ ୧୫, ସମ୍ବଲପୁର ୧, ସୁନ୍ଦରଗଡ଼ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୭୫ଟି ମାମଲା ସକ୍ରିୟ ରହିଥିବା ୭୯୭୨ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





