ନୟାଗଡ଼, (ବାଘୁଆବାର୍ତ୍ଥା): ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ଯେଉଁ ମାତ୍ରରେ ଚିହ୍ନଟ ହେଉଛନ୍ତି ତାହାଠାରୁ ବେଶ ଅଧିକ ଗୁଣରେ ସୁସ୍ଥ ହେଉଥିବା ଜଣାଯାଇଛି । ଜିଲ୍ଲାରେ ଆଜି ସୁଦ୍ଧା ୧୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ପୂର୍ବରୁ ଜିଲ୍ଲାରେ ୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ପୁଣି ୪ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ରହିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ତିନି ଜଣ ରହିଥିବା ବେଳେ ନୟାଗଡ଼ ବ୍ଲକରୁ ଜଣେ ଆକ୍ରାନ୍ତ ରହିଥିବା ଜଣାଯାଇଛି । ଅନ୍ୟପକ୍ଷେ ଚିକିତ୍ସାଧିନ ଥିବା ୨୦ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାଯାଇଛି ।






