ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ ରେ ପଂହଚିଛି । ସେଥିମଧ୍ୟରେ ୨୦୮ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪୩ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧, ବାଲେଶ୍ୱର ୨, ବରଗଡ଼ ୧୨, ବଲାଙ୍ଗୀର ୪, କଟକ ୩୨, ଦେବଗଡ଼ ୪, ଗଜପତି ୬, ଗଂଜାମ ୧୦୨, ଜଗତସିଂହପୁର ୫, କେନ୍ଦ୍ରାପଡ଼ା ୪, ଖୋର୍ଦ୍ଧା ୨. ମାଲକାନଗିରି ୧୦, ମୟୁରଭଂଜ ୫, ନୟାଗଡ଼ ୧୪, ପୁରୀ ୧୨, ସମ୍ବଲପୁର ୨, ସୁନ୍ଦରଗଡ଼ ୭, ଯାଜପୁର ୧, ଏନ୍ଡିଆର୍ଏଫରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୯୪ଟି ମାମଲା ସକ୍ରିୟ ରହିଥିବା ୫୧୮୯ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





