ଦିଲ୍ଲୀ, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ କାୟା ମେଲାଇ ଚାଲିଥିବା କରୋନା ଆକ୍ରାନ୍ତ ସଂଖ୍ୟା ଭାରତରେ ଭୟାବହା ଭାବେ ବଢ଼ି ଚାଲିଛି । ଦେଶରେ ଏହା ୫ ଲକ୍ଷ ଅତିକ୍ରମ କରିଥିବା ଜଣାଯାଇଛି । ଆଜି ସୁଦ୍ଧା ଦେଶରେ ୫ ଲକ୍ଷ ୯ ହଜାର ୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୯୫ ହଜାର ସୁସ୍ଥ ହୋଇ ସାରିଛନ୍ତି । ଦେଶରେ ୧୫ ହଜାର ୬୮୧ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ଦେଶରେ ୩୮୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଗତକାଲି ଦେଶରେ ୧୮ ହଜାର ୫୭୧ଟି ନୂଆ ମାମଲା ସାମନାକୁ ଆସିଛି ।