ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ଆଜି ରାଜ୍ୟରୁ ମୋଟ ୧୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୫୦ଟି ସଂଗରୋଧ ୍ଣଳନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩ଟି ବାହ୍ୟ ଆକ୍ରାନ୍ତ ଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୭୮୧ରେ ପଂହଚିଥିବା ଜଣାଯାଇଛି । ସେôତମଧ୍ୟରୁ ୧୬୦୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧୬୭ ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ଜଣାଯାଇଛି । ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୧୯, ଖୋର୍ଦ୍ଧା ୯, ଝାରସୁଗୁଡ଼ା ୧, ନୟାଗଡ଼ ୭, କଟକ ୧୩, ମୟୁରଭଂଜ ୧୩, ଭଦ୍ରକ ୪, କଳାହାଣ୍ଡି ୨, ଗଂଜାମରୁ ୬୪, ଗଜପତି ୧୦, ବଲାଙ୍ଗିର ୧୧, ବାଲେଶ୍ୱର ୧୧, ପୁରୀ ୧ ଓ ନୂଆପଡ଼ା ଜିଲ୍ଲାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ନୟାଗଡ଼ ଜିଲ୍ଲାରେ ପୂର୍ବ ୭୬ ଆକ୍ରାନ୍ତଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପଂହଚିଛି । ଏଥିସହିତ ଜିଲ୍ଲା ବାହାରରୁ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଏହା ୮୫ ବୋଲି ଜଣାଯାଇଛି ।






