ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ରେ ପଂହଚିଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଟି ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୫ଟି ବାହ୍ୟ ଆକ୍ରାନ୍ତ ଥିବା ଜଣାଯାଇଛି । ସେଥିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨୧, ଝାରସୁଗୁଡ଼ା ୨, କେନ୍ଦୁଝର ୧୧, ଯାଜପୁର ୧୨, ମାଲକାନଗିରି ୧, କଟକ ୧୨, ଜଗତସିଂହପୁର ୧୧, ଅନୁଗୁଳ ୧, ଢେଙ୍କାନାଳ ୨, ଭଦ୍ରକ ୧, ଗଜପତି ୧୫, ବରଗଡ଼ ୧୬, କନ୍ଧମାଳ ୨୨, କଳାହାଣ୍ଡି ୧୬, ଗଂଜାମ ୪, ପୁରୀ ୭, ସୁନ୍ଦରଗଡ଼ ୩, ବଲାଙ୍ଗିର ୨, ମୟୁରଭଂଜ ୧୩, କେନ୍ଦ୍ରାପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏନଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍ରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୩୦୧ଟି ମାମଲା ସକ୍ରିୟ ରହିଥିବା ବେଳେ ୨୫୯୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷେ ଆଜି ଗଂଜାମ ଜିଲ୍ଲାର ଜଣେ ୫୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।





