ନୟାଗଡ, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ପାଇଁ ସାରା ଦେଶରେ କରାଯାଇଥିବା ତାଲା ବନ୍ଦର ସଫଳତା ମିଳିଥିବା ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ମାସ୍କ, ସାମାଜିକ ଦୂରତା ଅବଲମ୍ବନ, ହାତ ସଫା କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି । ଯାହାକୁ ନେଇ କରୋନା ସ୍ଥିତି ନିୟନ୍ତ୍ରଣ ଧିନ ଥିବା ଜଣାଯାଇଛି । ଏଥିସହିତ ସାରା ଦେଶରେ କରୋନା ସୁସ୍ଥ ୪୯.୨ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ୭୦ ପ୍ରତିଶତ ଏବଂ ନୟାଗଡ଼ ଜିଲ୍ଲାରେ ୭୬ ପ୍ରତିଶତ ରହିଥିବା ଜଣାଯାଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କଜ ମଧ୍ୟରୁ ୨୩୫୪ ଜଣ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ୧୦୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






