ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ସମସ୍ତ ୫୭ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଥିବା ବେଳେ ଏମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ସର୍ବାଧିକ ୨୭ ଜଣ, ଦଶପଲ୍ଲା ବ୍ଲକରୁ ୩ ଜଣ, ଖଣ୍ଡପଡ଼ା ବ୍ଲକରୁ ୭ ଜଣ, ଓଡ଼ଗାଁ ବ୍ଲକରୁ ୧୬ ଜଣ, ରଣପୁର ବ୍ଲକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାରେ ଗତକାଲି ସୁଦ୍ଧା ୧୦୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିର ୫୭ କୁ ମିଶାଇ ମୋଟ ସଂଖ୍ୟା ୧୧ ଶହ ବୋଲି ଜଣାଯାଇଛି ।






