ନୟାଗଡ (ବାଘୁଆବାର୍ତ୍ତା): ଓଡଗାଁ ବ୍ଲକ୍ ଅନ୍ତର୍ଗତ ପଂଚିରିଡା ମାନପୁର ଗ୍ରାମ ପଂଚାୟତର ପ୍ରତ୍ୟେକ ରାଜସ୍ୱ ଗ୍ରାମ ଯଥାକ୍ରମେ ପଂଚିରିଡା ମାନପୁର ଓ ପଂଚିରିଡା ପାଇକବାଡର ସମସ୍ତ ଗ୍ରାମକୁ ୫ ଦିନ ପର୍ଯ୍ୟନ୍ତ ସଟଡାଉନ୍ କରାଯାଇଛି । ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି, ପଂଚିରିଡା ମାନପୁର ଗ୍ରାମର ଜଣେ ବ୍ୟକ୍ତି ବିଶେଷଙ୍କୁ କୋଭିଡ୍ -୧୯ ପଜେଟିଭ୍ ଚିହ୍ନଟହୋଇ ମୃତ୍ୟୁବରଣ କରିଛନ୍ତି ଯାହାକି ଶରଣକୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ରିପୋର୍ଟ ଆସିଛି । ଏଣୁ ଗୋଷ୍ଠି ସଂକ୍ରମଣର ପ୍ରତିକାର ନିମନ୍ତେ ଆସନ୍ତା ତା-୦୬.୦୮.୨୦୨୦ ରିଖ (ଗୁରୁବାର) ସକାଳ ୬ ଘଟିକା ଠାରୁ ତା- ୧୦.୦୮.୨୦୨୦ ରିଖ (ସୋମବାର) ପର୍ଯ୍ୟନ୍ତ ପଂଚିରିଡା ମାନପୁର ଗ୍ରାମପଂଚାୟତର ସମସ୍ତ ୧୧ ଗୋଟି ଓାର୍ଡକୁ ସର୍ଟ ଡାଉନ୍ ଘୋଷଣା କରାଯାଇଅଛି । ଏଥି ନିମନ୍ତେ ସମସ୍ତ ସରକାରି ଓ ବେସରକାରି କାର୍ଯ୍ୟାଳୟ ବନ୍ଦ୍ ରହିବା ସହିତ ସମସ୍ତ ରାଜସ୍ୱ ଗ୍ରାମର ଦୋକାନ୍ ବଜାର ବନ୍ଦ ରହିବ । କୋଭିଡ୍-୧୯ ର ନୀତି ନିୟମକୁ ଅନୁପାଳିତ କରିବା ନିମନ୍ତେ ଅବଗତ କରାଗଲା ଏବଂ ଜରୁରିକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ନିମନ୍ତେ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ । ସ୍ଥାନୀୟ ସରପଂଚ ମନୋଜ ସାହୁ ଉକ୍ତ ପଂଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ।






