ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୮୭ରେ ପଂହଚିଛି । ସେଥିମଧ୍ୟରେ ୮୮୯ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୫୪୫ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୯, ବାଲେଶ୍ୱର ୧୨, ବରଗଡ଼ ୫, ଭଦ୍ରକ ୨୫, ବୈଦ୍ଦ ୫, କଟକ ୧୨୩, ଦେଓଗଡ଼ ୨, ଢେଙ୍କାନାଳ ୧୩, ଗଂଜାମ ୩୨୦, ଗଜପତି ୯୧, ଜଗତସିଂହପୁର ୧୩, ଯାଜପୁର ୫୭, ଝାରସୁଗୁଡ଼ା ୬, କଳାହାଣ୍ଡି ୧୮, କନ୍ଧମାଳ ୪୪, କେନ୍ଦ୍ରାପଡ଼ା ୨୨, କେନ୍ଦୁଝର ୨, ଖୋର୍ଦ୍ଧା ୨୧୮, କୋରାପୁଟ ୧୨, ମାଲକାନଗିରି ୪୬, ମୟୁରଭଂଜ ୧, ନବରଂଗପୁର ୨, ନୟାଗଡ଼ ୮, ନୂଆପଡ଼ା ୭, ପୁରୀ ୬୫, ରାୟଗଡ଼ା ୧୯୭, ସମ୍ବଲପୁର ୫୧, ସୋନପୁର ୬, ସୁନ୍ଦରଗଡ଼ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪୦୪ ଟି ମାମଲା ସକ୍ରିୟ ରହିଥିବା ୨୧୨୨୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





