ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୭୯ରେ ପଂହଚିଛି । ସେଥିମଧ୍ୟରେ ୯୯୩ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୬୦୯ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୫, ବାଲେଶ୍ୱର ୨୯, ବରଗଡ଼ ୧୩, ଭଦ୍ରକ ୨୦, ବଲାଙ୍ଗିର ୩୮, ବୈାଦ୍ଦ ୯, କଟକ ୫୪, ଢେଙ୍କାନାଳ ୪୯, ଗଂଜାମ ୩୦୮, ଗଜପତି ୧୦୮, ଜଗତସିଂହପୁର ୧୯, ଯାଜପୁର ୪୪, ଝାରସୁଗୁଡ଼ା ୭, କଳାହାଣ୍ଡି ୩୦, କନ୍ଧମାଳ ୪୫, କେନ୍ଦ୍ରାପଡ଼ା ୧୫, କେନ୍ଦୁଝର ୩୧, ଖୋର୍ଦ୍ଧା ୨୮୫, କୋରାପୁଟ ୪୬, ମାଲକାନଗିରି ୩୦, ମୟୁରଭଂଜ ୩୯, ନବରଂଗପୁର ୯, ନୟାଗଡ଼ ୩୩, ନୂଆପଡ଼ା ୫, ପୁରୀ ୫୦, ରାୟଗଡ଼ା ୧୬୪, ସମ୍ବଲପୁର ୩୯, ସୋନପୁର ୬, ସୁନ୍ଦରଗଡ଼ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭୩୭ ଟି ମାମଲା ସକ୍ରିୟ ରହିଥିବା ୨୦୫୧୭ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





