ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଜିଲ୍ଲାରେ ଏବେ ସୁଦ୍ଧା ୫ ଶହରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଆଜି ଜିଲ୍ଲାରୁ ୨୫ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଜିଲ୍ଲାରେ ଏବେ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢ଼ାଇ ସାରିଥିବା ବେଳେ ଛୋଟ ଛୋଟ ଅଂଚଳରୁ ବ୍ୟାପକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ, ଜିଲ୍ଲାରୁ ପରୀକ୍ଷା ପାଇଁ ଯାଇଥିବା ପ୍ରମୂଖ ପ୍ରଶାସନିକ ଅଧିକାରୀଙ୍କ ସ୍ୱାବ ରିର୍ପୋଟ ନେଗେଟିଭ୍ ଆସିଥିବା ଜଣାଯାଇଛି ।






