ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କାୟା ମେଲାଇ ଚାଲିଥିବା କରୋନା ଦ୍ୱାରା ଆଜି ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ମିଳିଥିବା
ସୂଚନାନୁସାରେ, ୩ ବ୍ଲକରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ବେଳେ ଜଣେ ସଂଗରୋଧ କେନ୍ଦ୍ରରେ ରହିଥିଲେ । ସେଥିରେ ୩ ଜଣ ପୁରୁଷ
ଏବଂ ଜଣେ ମହିଳା ଥିବା ଜଣାଯାଇଛି । ଦଶପଲ୍ଲା ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଣ୍ଡପଡ଼ାରୁ ଜଣେ ଏବଂ ଓଙ୍ଗ଼ଗାଁରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





