ବଲାଙ୍ଗିର, (ବାଘୁଆବାର୍ତ୍ତା) : ଜଣେ ୮୦ ବର୍ଷର ବୃଦ୍ଧ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ନିଜର ଅନୁଭୂତି କାହାଣୀ ସମାଜ ଆଗରେ ବଖାଣିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ବଲାଙ୍ଗିର ଜିଲ୍ଲାର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ଭିଡିଓକୁ ଟ୍ୟୁଟ୍ କରାଯାଇଛି । ସେ କିଭଳି ସୁସ୍ଥ ହେଲେ ସେ ନେଇ ଲୋକଙ୍କୁ ସଚେତନ କରିବା ସହ କରୋନାକୁ ଭୟ ନକରିବାକୁ କହିଛନ୍ତି । ଏଥିସହିତ ଲୋକଙ୍କୁ ସଚେତନ କରିଛନ୍ତି ।




