ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୬୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮ରେ ପଂହଚିଛି । ସେଥିମଧ୍ୟରେ ୪୧୧ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୦୭ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୪, ବାଲେଶ୍ୱର ୬୧, ଭଦ୍ରକ ୧, ବଲାଙ୍ଗିର ୨, ବୈାଦ ୨, କଟକ ୧୬, ଢେଙ୍କାନାଳ ୨, ଗଂଜାମ ୨୮୬, ଜଗତସିଂହପୁର ୨୬, ଯାଜପୁର ୫, ଝାରସୁଗୁଡ଼ା ୧, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୫, ଖୋର୍ଦ୍ଧା ୧୦୭, କୋରାପୁଟ ୧, ମାଲକାନଗିରି ୧୩, ମୟୁରଭଂଜ ୨୧, ନୟାଗଡ଼ ୧୫, ପୁରୀ ୫, ରାୟଗଡ଼ା ୧, ସମ୍ବଲପୁର ୧୦, ସୁନ୍ଦରଗଡ଼ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୩୩ ଟି ମାମଲା ସକ୍ରିୟ ରହିଥିବା ୯୮୬୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





