ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୫୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨୮୦ରେ ପଂହଚିଛି । ସେଥିମଧ୍ୟରେ ୩୫୪ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୮୯ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧, ବାଲେଶ୍ୱର ୮, ବରଗଡ଼ ୩, ଭଦ୍ରକ ୧, ବଲାଙ୍ଗିର ୫, ବୈାଦ ୭, କଟକ ୩୯, ଢେଙ୍କାନାଳ ୨, ଗଜପତି ୨୯, ଗଂଜାମ ୧୮୮, ଜଗତସିଂହପୁର ୧୫, ଯାଜପୁର ୧, ଝାରସୁଗୁଡ଼ା ୬, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୨୨, ଖୋର୍ଦ୍ଧା ୮୭, ମାଲକାନଗିରି ୧୧, ମୟୁରଭଂଜ ୨୨, ନୟାଗଡ଼ ୧, ପୁରୀ ୭, ରାୟଗଡ଼ା ୨୪, ସମ୍ବଲପୁର ୨, ସୁନ୍ଦରଗଡ଼ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୨୯ ଟି ମାମଲା ସକ୍ରିୟ ରହିଥିବା ୯୨୫୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





