ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ରେ ପଂହଚିଛି । ସେଥିମଧ୍ୟରେ ୨୧୪ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୩୧ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ବାଲେଶ୍ୱର ୨, ବରଗଡ଼ ୧୦, ଭଦ୍ରକ ୨, କଟକ ୭, ଢେଙ୍କାନାଳ ୩, ଗଜପତି ୭, ଗଂଜାମ ୯୬, ଜଗତସିଂହପୁର ୯, ଯାଜପୁର ୪୦, ଝାରସୁଗୁଡ଼ା ୧, କେନ୍ଦ୍ରାପଡ଼ା ୮, କେନ୍ଦୁଝର ୭, ଖୋର୍ଦ୍ଧା ୨୮, ମୟୁରଭଂଜ ୫, ନବରଙ୍ଗପୁର ୭, ନୟାଗଡ଼ ୩, ରାୟଗଡ଼ା ୧, ସୋନପୁର ୧, ସୁନ୍ଦରଗଡ଼ ୬, ଏନ୍ଡିଆର୍ଏଫରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮୬ଟି ମାମଲା ସକ୍ରିୟ ରହିଥିବା ୪୭୪୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





