ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ କାୟା ମେଲାଇ ଚାଲିଥିବା କରୋନା ଦ୍ୱାରା ଆଜି ୪୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୮୬୦୧ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮୫୩ ଟି ମାମଲା ସକ୍ରିୟ ରହିଥିବା ବେଳେ ରାଜ୍ୟରେ ୫୭୦୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷେ, ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୫ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୪୦ ଟି ମାମଲା ସ୍ଥାନୀୟ ବୋଲି ଜଣାଯାଇଛି । ଅନ୍ୟପକ୍ଷେ, ଅନୁଗୁଳ ଜିଲ୍ଲାରୁ ୨୪, ବାଲେଶ୍ୱର ୧୩, ବରଗଡ଼ ୨, ଭଦ୍ରକ ୧୨, କଟକ ୧୩, ଢେଙ୍କାନାଳ ୧, ଗଜପତି ୭, ଗଂଜାମ ୨୧୬, ଜଗତସିଂହପୁର ୧୨ମ ଜାଯପୁର ୧, ଝାରସୁଗୁଡ଼ା ୮, କନ୍ଧମାଳ ୮, କେନ୍ଦ୍ରାପଡ଼ା ୧୧, କେନ୍ଦୁଝର ୫, ଖୋର୍ଦ୍ଧା ୫୦, କୋରାପୁଟ ୫, ମାଲକାନଗିରି ୫, ମୟୁରଭଂଜ ୨୮, ନବରଂଗପୁର ୧୧, ନୟାଗଡ଼ ୧, ପୁରୀ ୧୮, ସମ୍ବଲପୁର ୬, ସୋନପୁର ୨, ସୁନ୍ଦରଗଡ଼ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





