ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଛି । ନୟାଗଡ଼ ସହରରେ ଅବସ୍ଥିତ ବଜାର ଇଣ୍ଡିଆ ମଲ୍ ର ଜଣେ ମହିଳା କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣା ଯାଇଛି। ଏହି କର୍ମଚାରୀ ନୟାଗଡ଼ ସହର ରାଜ ବଗିଚାରେ ରହିଥିବା ଜଣା ଯାଇଛି । ତାଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥିବାର ସମ୍ଭାବନା ରହିଛି । ପ୍ରଶାସନ କି ପଦକ୍ଷେପ ନେବ ତାକୁ ଜିଲ୍ଲାବାସୀ ଚାହିଁ ବସିଛନ୍ତି । ପ୍ରୌର ପ୍ରଶାସନ ପକ୍ଷରୁ ଏହି ମଲକୁ ବନ୍ଦ କରି ଦିଆ ଯାଇଛି।






