Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରେ ବସି କରିପାରିବେ କରୋନା ଟେଷ୍ଟ, ସରକାର ଦେଲେ ଅନୁମତି, ଜାଣନ୍ତୁ ଏହା କିପରି ହେବ

by ସଞ୍ଜୟ ସ୍ୱାଇଁ
May 20, 2021
in Health
ଘରେ ବସି କରିପାରିବେ କରୋନା ଟେଷ୍ଟ, ସରକାର ଦେଲେ ଅନୁମତି, ଜାଣନ୍ତୁ ଏହା କିପରି ହେବ
680
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହର ସାଂଘାତିକ ରୂପ ସୃଷ୍ଟି କରୁଥିବା ବେଳେ ଦୈନିକ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି । ଲକ୍ଷଣ ଥାଇ ମଧ୍ୟ ଲୋକମାନେ ନିଜର ଟେଷ୍ଟ ଠିକଣା ସମୟରେ କରିପାରୁ ନାହାନ୍ତି । ଏହି ସମସ୍ୟାକୁ ଦୂର କରିବାକୁ ଆଇସିଏମଆର ବଡ଼ ପଦକ୍ଷେପ ନେଇଛି । ଘରେ ନିଜର କରୋନା ଟେଷ୍ଟ କରିବାକୁ ଆବଶ୍ୟକ କିଟକୁ ଆଇସିଏମଆର ଗ୍ରୀନ ସିଗ୍ନାଲ ଦେଇଛି । ଏହାର ଅର୍ଥ ଲୋକମାନେ ଏଣିକି ଘରେ ବସି ନିଜର କରୋନା ଟେଷ୍ଟ କରିପାରିବେ । ଦ୍ରୁତ ଆଣ୍ଟିଜେନ ଟେଷ୍ଟ ପାଇଁ ଆଇସିଏମଆର ଗୋଟିଏ ଟେଷ୍ଟ କିଟକୁ ଅନୁମୋଦନ ଦେଇଛି । ଏହି କିଟ ଜରିଆରେ ଲୋକମାନେ ଘରେ ନାକ ବାଟେ ନିଜର କରୋନା ପରୀକ୍ଷା ପାଇଁ ନମୁନା ନେଇପାରିବେ । ଏଥିପାଇଁ ଆଇସିଏମଆର ଏକ ନୂତନ ଗାଇଡଲାଇନ ଜାରି କରିଛି । ଆଇସିଏମଆର କହିଛି ଯେ ହୋମ ଟେଷ୍ଟିଂ କେବଳ ଲକ୍ଷଣ ଥିବା ଲୋକଙ୍କ ପାଇଁ ବ୍ୟବହାର କରାଯିବ। ସେହିପରି ଯେଉଁମାନେ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିବା ଲୋକମାନଙ୍କ ସିଧାସଳଖ କଣ୍ଟାକ୍ଟରେ ଆସିଥିବେ, ସେମାନେ ଏହାର ବ୍ୟବହାର କରିପାରିବେ। ମନଇଚ୍ଛା କେହି ବି ଟେଷ୍ଟ କରିବେ ନାହିଁ। ଏହି ଟେଷ୍ଟ କିଟ୍‌ର ଦାମ ୨୫୦ ଟଙ୍କା ଓ ୧୫ ମିନିଟ୍‌ ମଧ୍ୟରେ ରିପୋର୍ଟ ଆସିବ। ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ଥରେ ପଜିଟିଭ ଆସିଲା, ସେମାନେ ବାରମ୍ବାର ପରୀକ୍ଷା କରିବେ ନାହିଁ। ଯଦି କୌଣସି ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ଦ୍ରୁତ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିଲା, ତା’ହେଲେ ସେମାନେ ତୁରନ୍ତ ଆରଟି-ପିସିଆର ଟେଷ୍ଟ କରାଇବେ ବୋଲି ଆଇସିଏମଆର କହିଛି। ଘରେ କରୋନା ଟେଷ୍ଟ ପାଇଁ ଗୁଗଲ୍ ଆପ୍ ଷ୍ଟୋର କିମ୍ବା ଆପଲ୍ ଷ୍ଟୋରରୁ Mylab coviself app ଡାଉନଲୋଡ୍ କରିବାକୁ ପଡ଼ିବ। ମୋବାଇଲ୍ ଆପ୍ ମାଧ୍ୟମରେ ଆପଣ ପଜିଟିଭ ଓ ନେଗେଟିଭ ରିପୋର୍ଟ ପାଇବେ। ନାକ ମଧ୍ୟରେ ଟେଷ୍ଟ କିଟ୍‌କୁ ୨ରୁ ୪ ସେମି ଯାଏ ଭର୍ତ୍ତି କରିବାକୁ ପଡ଼ିବ। ଏହା ମଧ୍ୟରେ ଉକ୍ତ କିଟ୍‌ରୁ ୫ ଥର ବୁଲାଇବାକୁ ପଡ଼ିବ। ଟେଷ୍ଟ କାର୍ଡରେ ଦୁଇ ବୁନ୍ଦା ସ୍ୱାବ ପକାଇବାକୁ ହେବ। ଏହାପରେ ୧୫ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିବ। ଯଦି ୨୦ ମିନିଟ୍‌ ମଧ୍ୟରେ ରିପୋର୍ଟ ନ ଆସିବ, ତା’ହେଲେ ଏହାକୁ ଇନଭ୍ୟାଲିଡ୍‌ ବା ପରୀକ୍ଷାରେ କୌଣସି ତ୍ରୁଟି ରହିଛି ବୋଲି ବିବେଚନା କରାଯିବ। ଟେଷ୍ଟ କାର୍ଡରେ ଦୁଇଟି ସେକସନ ରହିଛି। ଗୋଟିଏ ହେଲେ କଣ୍ଟ୍ରୋଲ ସେକସନ ଓ ଅନ୍ୟଟି ଟେଷ୍ଟ ସେକସନ। ଯଦି କେବଳ କଣ୍ଟ୍ରୋଲ ସେକସନ ବାର୍‌ ଦେଖାଯିବ, ତା’ହେଲେ ଏହା ନେଗେଟିଭ ବୋଲି ଧରିବାକୁ ପଡ଼ିବ। ଯଦି ଉଭୟ ଟେଷ୍ଟ ଓ କଣ୍ଟ୍ରୋଲ ସେକସନ ବାର ଦେଖାଗଲା, ତା’ହେଲେ ଏହା ପଜିଟିଭ। ଲୋକମାନଙ୍କୁ ଟେଷ୍ଟ କାର୍ଡ ନିଜ ମୋବାଇଲର କ୍ୟାମେରା ଆଗରେ ରଖିବାକୁ ପଡ଼ିବ। ଏହା କ୍ୟାମେରା ଜରିଆରେ ଏହାକୁ ଠାବ କରିବା ସହ ରିପୋର୍ଟ ପ୍ରଦାନ କରିବ। ଯେଉଁମାନେ ହୋମ୍ ଟେଷ୍ଟିଂ କରିବେ, ସେମାନଙ୍କୁ ଏକ ଟେଷ୍ଟ୍ ଷ୍ଟ୍ରିପ୍ ଛବି ନେବାକୁ ପଡ଼ିବ। ଯେଉଁ ଫୋନରେ ଆପ୍‌ ଡାଉନଲୋଡ ହୋଇଥିବ ସେହି ଫୋନରୁ ହିଁ ଫଟୋ ଉଠାଇବାକୁ ପଡ଼ିବ। ମୋବାଇଲ୍ ଫୋନ୍ ତଥ୍ୟ ସିଧାସଳଖ ଆଇସିଏମଆର ପରୀକ୍ଷଣ ପୋର୍ଟାଲରେ ଗଚ୍ଛିତ ହୋଇ ରହିବ। ରୋଗୀଙ୍କ ଗୋପନୀୟତା ସୁରକ୍ଷିତ କରାଯିବ ବୋଲି ଆଇସିଏମଆର କହିଛି। ପଜିଟିଭ ରିପୋର୍ଟ ଆସୁଥିବା ଲୋକଙ୍କୁ ହୋମ ଆଇସୋଲେସନର ସମସ୍ତ ଗାଇଡଲାଇନ ମାନିବାକୁ ପଡ଼ିବ। ପୁଣେ ସ୍ଥିତ ମାଇଁ ଲ୍ୟାବ ଡିସକଭରୀ ସଲ୍ୟୁସନ ଲିଃ ଏହି ହୋମ କରୋନା ଟେଷ୍ଟ କିଟ୍ ତିଆରି କରିଛି। ଏହାର CoviSelfTM (PathoCatch) ରହିଛି। ମୋବାଇଲ ଆପରେ ଥିବା ସମସ୍ତ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ନିଜର କରୋନା ଟେଷ୍ଟ କରାଇ ପାରିବେ। ପୂର୍ବରୁ ଆମେରିକା ଓ ବ୍ରିଟେନରେ ଏହି ଟେଷ୍ଟ କିଟ୍‌ର ବ୍ୟବହାର କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!