ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଓଡ଼ଗାଁ ପୋଲିସ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ କରୋନାର ଦୃତ ସଂକ୍ରମଣ ଯୋଗୁଁ ସମଗ୍ର ଜିଲ୍ଲାକୁ ସିଲ କରାଯାଇଛି । ତଥାପି ଗଳାବାଟ ଦେଇ ଯିବା ଆସିବା ଲାଗି ରହିଥିବାରୁ ଏ ନେଇ ଓଡ଼ଗାଁ ପୋଲିସ ସୀମାବର୍ତୀ ରୋହିବାଙ୍କ, ଭଗବତୀ ପ୍ରସାଦ, ମହେଶ୍ୱରପୁରୁ, ଧନୁର୍ଜୟପୁରୁ, ନାଉଖାଲ, ହଳନ୍ଦାପଲ୍ଲୀ ଗ୍ରାମମାନଙ୍କରେ ଗଞ୍ଜାମ ଜିଲ୍ଲାକୁ ଯିବାକୁ ମନାକରିବା ସହିତ ସେଜିଲ୍ଲାରୁ ନୟାଗଡ଼ ଜିଲ୍ଲାକୁ କାହାରିକୁ ଆସିବାକୁ ସୁଯୋଗ ନଦେବାକୁ କହିଥିଲେ । ଯଦି କେହି ଆସେ ତେବେ ସଙ୍ଗେ ସଙ୍ଗେ ଆଶା, ଅଙ୍ଗନୱାଡି କର୍ମୀ, ସରପଂଚକୁ ଜଣାଇବାକୁ ଡାକବାଜି ଯୋଗେ ପ୍ରଚାର କରା ଯାଇଛି । ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରୋହିବାଙ୍କ ସରପଂଚ ମୁରଲୀଧର ପ୍ରଧାନ, ସମିତି ସଭ୍ୟ ଦିଲ୍ଲୀପ ପାତ୍ର, ଏଏସ୍ଆଇ େମେଶ କୁମାର ବେହେରା ଏବଂ ସ୍ଥାନୀୟ ଯୁବଗୋଷ୍ଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନ୍ୟପକ୍ଷେ, କରୋନା ମହାମାରୀ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଭାବେ ବୃଦ୍ଧି ପାଇଥିବାରୁ ବର୍ତ୍ତମାନ ପରିସ୍ଥିତିରେ ଗଞ୍ଜାମକୁ ବନ୍ଧୁ ଭାବିବାର କୈାଣସି ଯଥାର୍ଥ ନଥିବା ଜଣାଯାଇଛି । ବନ୍ଧୁବାନ୍ଧବ, ଜ୍ଞାତି କୁଟୁମ୍ବ ପାଇଁ ବହୁ ସମୟ ରହିଛି । ଏହି ସମୟରେ ଗଞ୍ଜାମ ଜିଲ୍ଲାରୁ ଆସୁଥିବା ଲୋକଙ୍କ ସହ ବନ୍ଧୁବାନ୍ଧବ ନୀତି ଆପଣାଇଲେ କରୋନା ସହ ବନ୍ଧୁତା କରିବା ସମାନ ହେବ ବୋଲି ଜଣାଯାଇଛି ।





