
ନୟାଗଡ଼,(ବାଘୁଆବାର୍ତ୍ତୀ): କରୋନା ମହମାରୀ ପାଇଁ ସାରା ବିଶ୍ୱ କଲବଲ ହେଉଥିବା ବେଳେ ନୟାଗଡ଼ ସହର ବସ୍ତିରୁ ଆଜି କରୋନା ସ୍ୱର ସାରା ସହରକୁ ବିକଶିତ କରିଛି । ସହରର ଚାକଚକ୍ୟ ଭିତରେ ରହୁଥିବା ବ୍ୟକ୍ତିମାନେ ସଚେତନତା କ୍ଷେତ୍ରରେ ପଛୁଆ ରହୁଥିବା ବେଳେ ଆଜି ବସ୍ତି ବାସିନ୍ଦାମାନେ ଲୋକଙ୍କୁ ସଚେତନତା କରିଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ସହରରେ ଗତ କିଛି ଦିନ ଧରି ମାସ୍କ ନପିନ୍ଧୁ ଥିବା ଲୋକଙ୍କୁ ଜୋରିମାନା କରାଯାଉଛି । ସାମାଜିକ ଦୂରତା ରକ୍ଷା କରିବାକୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନତା କରାଯାଉଛି । ତଥାପି ଏଥିରେ ସୁଧାର ଆସୁ ନଥିବା ଜଣାଯାଇଛି । ଆଜି ନୟାଗଡ଼ ସହର ୧୧ ନଂ ୱାର୍ଡ଼ରେ ଥିବା ଜଜାଙ୍ଗୀ ସାହି ବସ୍ତି ବାସିନ୍ଦାମାନେ ନୟାଗଡ଼ ଓଡ଼ଗାଁ ରାସ୍ତା ତ୍ରିନାଥ ଛକଠାରେ ଲୋକଙ୍କୁ ସଚେତନ କରିଛନ୍ତି । ବସ୍ତି ବାସିନ୍ଦାମାନେ ଚୁଲି ଚାନ୍ଦା କରି ମାସ୍କ ଓ ସାନିଟାଇଜର୍ କିଣି ଲୋକଙ୍କୁ ବାଣ୍ଟିବା ସହ କରୋନା ପ୍ରତି ସଚେତନ କରିବାକୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟାକ୍ରମକୁ ଜଜାଙ୍ଗୀ ସାହି ସଭାପତି ପରିଚାଳନା କରିଥିବା ବେଳେ ପୂର୍ବତନ ନଗରପାଳ ଗୁରୁ ପ୍ରସାଦ ଜେନା ଯୋଗ ଦେଇ ଲୋକଙ୍କୁ ସଚେତନ କରିଥିଲେ ।






