ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ରାଜ୍ୟରେ ଆଜି ୧୫୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଫଳରେ ଜିଲ୍ଲାରେ ଯେଉଁ ତୁଳନାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି, ସେହି ତୁଳନାରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଥିବା ଜଣାଯାଇଛି । ଜିଲ୍ଲାରେ ପୂର୍ବରୁ ୫ ଶହରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜିର ସଂଖ୍ୟାକୁ ମିଶାଇଲେ ଏହା ୬ ଶହ ଛୁଇଁଥିବା ଜଣାଯାଇଛି ।






