ନୟାଗଡ଼,(ବାଘୁଆବାର୍ତ୍ତୀ): ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ତିନି ନୂଆ ଜିଲ୍ଲାକୁ କରୋନା ବୃଦ୍ଧି ପାଇଛି । ରାଜ୍ୟରେ ଗତକାଲି ସୁଦ୍ଧା ୧୧୯ କରୋନା ଆକ୍ରାନ୍ତ ସଂଖ୍ୟା ରହିଥିବା ବେଳେ ଆଜି କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ବାହାରିଥିବା ଜଣାପଡ଼ିଛି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୨ରେ ପଂହଚିଛି ।





