ଖଣ୍ଡପଡ଼ା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ଥାନାରେ କାର୍ଯ୍ୟରତ ପୁଣି ୩ ଜଣ ପୁଲିସ କର୍ମଚାରୀ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଲିସ କର୍ମଚାରୀମାନଙ୍କର ୨ୟ ଥର ପାଇଁ ଆଂଟିଜେନ ଟେଷ୍ଟ ସହ ସ୍ୱାବ ସଂଗ୍ରହ କରାଯାଇଥିଲା । ଏବେ ରିପୋର୍ଟ ଆସିବା ପରେ ୩ଜଣ ପଜିଟିଭ ଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଖଣ୍ଡପଡ଼ା ଥାନାରେ କର୍ତବ୍ୟରତ କର୍ମଚାରୀମାନଙ୍କର ପ୍ରଥମ ପର୍ଯ୍ୟାୟ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆଂଟିଜେନ ଟେଷ୍ଟ ବେଳେ ୫ଜଣ ଆକ୍ରାନ୍ତ ଥିବା ନେଇ ଜଣାପଡିଥିଲା । ଏବେ ସର୍ବମୋଟ ୮ଜଣ ପୁଲିସ କର୍ମଚାରୀ ଭୂତାଣୁ ଦ୍ୱାରା ଆକ୍ରାନ୍ତ ଥିବା ସୂଚନା ମିଳିଛି । ତେଣୁ ଏ ପରିପ୍ରେକ୍ଷୀରେ ଖଣ୍ଡପଡ଼ା ଥାନା ପରିସରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଯାଇଥିବା ଜଣାପଡିଛି ।






