ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଆକ୍ରାନ୍ତ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ହରିହରପୁର ପଂଚାୟତ କରଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଜଣାଯାଇଛି । ଏନେଇ ଜିଲ୍ଲାପାଳ ଡ. ପୋମା ଟୁଡୁ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩ ଶହ ମୁହାଁ ହୋଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୪୦ ବର୍ଷ ବୟସ୍କ ଏବଂ ଗତ ୪ ତାରିଖରେ ସେ ସୁରାଟରୁ ଆସି ନୟାଗଡ଼ ଜିଲ୍ଲାରେ ପହଂଚିଥିବା ଜଣାପଡ଼ିଛି । ତାଙ୍କ ସହ ଉକ୍ତ ବସ୍ରେ ୪୬ ଜଣ ବ୍ୟକ୍ତି ଫେରିଥିବା ସୂଚନା ମିଳିଛି ।





