Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର ସଂକ୍ରମଣ: ମେଟ୍ରୋରୁ ଛୋଟ ସହର ଓ ଗାଁକୁ ବ୍ୟାପିଲାଣି, ପଜିଟିଭ୍‌ ହାର ବଢ଼ୁଛି

by ସଞ୍ଜୟ ସ୍ୱାଇଁ
March 19, 2021
in Feature News
୫୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
148
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ମହାରାଷ୍ଟ୍ର ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ଆଜି ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ବଡ଼ ବଡ଼ ସହରରୁ ଏବେ ଛୋଟ ସହର ଏବଂ ଗାଁକୁ ବି ସଂକ୍ରମଣ ବ୍ୟାପିଲାଣି। ଆଇଏମ୍‌ଏ (ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌) ଅମରାବତୀ ଜିଲ୍ଲା ସଭାପତି ଅମିତ ରୋହନକର କହିଛନ୍ତି, କଡ଼ା ପଦକ୍ଷେପ ଗ୍ରହଣ ନହେଲେ ଭାଇରସ୍‌ ଗ୍ରାମୀଣ ଅଞ୍ଚଳରେ ଭୟାନକ ସ୍ଥିତି ସୃଷ୍ଟି କରିବ। ବିଦର୍ଭ ଅଞ୍ଚଳର ଅମରାବତୀ ଏବଂ ନାଗପୁର ଜିଲ୍ଲାରେ ପ୍ରଥମେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ପରେ ଏହା ସୀମା ଅଞ୍ଚଳ ତଥା ଛୋଟ ସହର ନାନ୍ଦେଦ ଏବଂ ନନ୍ଦୁରବରକୁ ବ୍ୟାପିଛି। ନନ୍ଦୁରବରରେ ସଂକ୍ରମଣ ବଢ଼ିବାରୁ ଏଠାରେ ଟିକାକରଣ କାର୍ଯ୍ୟର ସମୀକ୍ଷା କରିବାପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଅଞ୍ଚଳକୁ ଗସ୍ତ କରିବେ। ଦେଶରେ ୬୫ ପ୍ରତିଶତ ନୂଆ ମାମଲା କେବଳ ମହାରାଷ୍ଟ୍ରରେ ରହିଛି। ପୂର୍ବରୁ ପ୍ରଭାବିତ ହୋଇନଥିବା ସ୍ଥାନମାନଙ୍କରେ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି। ବୁଧବାର ମହାରା‌ଷ୍ଟ୍ରରେ ୨୩ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଏହା ୨୫,୮୩୩ ଛୁଇଁଛି। ୧୦୨ ଦିନରେ ଏହା ସର୍ବାଧିକ ଏବଂ ଗତ ମଙ୍ଗଳବାର ତୁଳନାରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ପ୍ରତି ୫ ମାମଲାରୁ ଗୋଟିଏ ମାମଲା ମହାରାଷ୍ଟ୍ରରେ ରହିଛି। ଗତ କିଛି ଦିନ ଧରି ଦେଶର ଦୈନିକ ମାମଲାର ୬୨ ପ୍ରତିଶତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!