ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଏବେ ଭୟାନକ ସ୍ଥିତିରେ ରହିଥିବା ବେଳେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଯେଉଁ ପରିମାଣରେ ବୃଦ୍ଧି ପାଉଛି, ସେହି ତୁଳନାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ୨୮ ତାରିଖ ସକାଳ ସୁଦ୍ଧା ନୟାଗଡ଼ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୯୯୯ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଗତକାଲି ନୂଆ ୩୬ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ସଂଖ୍ୟା ୪ ହଜାର ନିକଟବର୍ତ୍ତୀ ହୋଇଥିବା ଜଣାଯାଇଛି । ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୦ ବୋଲି ଜଣାଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ୨ ଜଣ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।






