ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୩୯୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯ ହଜାର ୩୭୪ ରେ ପଂହଚିଛି । ସେଥିମଧ୍ୟରେ ୨୩୦୩ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୬୧୩ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୨୦୦, ବାଲେଶ୍ୱର ୭୨, ବରଗଡ଼ ୧୫୪, ଭଦ୍ରକ ୫୧, ବଲାଙ୍ଗିର ୮୫, ବୈାଦ୍ଧ ୪୮, କଟକ ୩୮୦, ଦେବଗଡ଼ ୮, ଢେଙ୍କାନାଳ ୭୬, ଗଜପତି ୨୨, ଗଂଜାମ ୩୯, ଜଗତସିଂହପୁର ୧୨୩, ଯାଜପୁର ୧୦୩, ଝାରସୁଗୁଡ଼ା ୧୦୯, କଳାହାଣ୍ଡି ୭୩, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୦୭, କେନ୍ଦୁଝର ୨୧୨, ଖୋର୍ଦ୍ଧା ୮୧୮, କୋରାପୁଟ ୬୯, ମାଲକାନଗିରି ୬୯, ମୟୁରଭଂଜ ୧୪୯, ନବରଂଗପୁର ୪୦, ନୟାଗଡ଼ ୪୮, ନୂଆପଡ଼ା ୧୧୭, ପୁରୀ ୧୮୪, ରାୟଗଡ଼ା ୪୮, ସମ୍ବଲପୁର ୧୧୭, ସୋନପୁର ୨୫, ସୁନ୍ଦରଗଡ଼ ୧୦୩ ଜଣ, ଅନ୍ୟାନ ୨୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୩୩୧ ଟି ମାମଲା ସକ୍ରିୟ ରହିଥିବା ୧୭୦୧୯୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






