ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୪୨୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହା ରେକର୍ଡ଼ ସଂଖ୍ୟକ ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୬୭୫ ରେ ପଂହଚିଛି । ସେଥିମଧ୍ୟରେ ୨୫୦୩ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୭୩୯ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୩୦, ବାଲେଶ୍ୱର ୧୫୫, ବରଗଡ଼ ୧୧୪, ଭଦ୍ରକ ୧୧୪, ବଲାଙ୍ଗିର ୬୮, ବୈାଦ୍ଧ ୪୫, କଟକ ୫୯୫, ଦେବଗଡ଼ ୧୦, ଢେଙ୍କାନାଳ ୭୧, ଗଜପତି ୨୭, ଗଂଜାମ ୫୭, ଜଗତସିଂହପୁର ୧୭୬, ଯାଜପୁର ୧୩୧, ଝାରସୁଗୁଡ଼ା ୨୦୫, କଳାହାଣ୍ଡି ୪୦, କନ୍ଧମାଳ ୧୫୩, କେନ୍ଦ୍ରାପଡ଼ା ୧୫୫, କେନ୍ଦୁଝର ୬୨, ଖୋର୍ଦ୍ଧା ୬୫୨, କୋରାପୁଟ ୯୦, ମାଲକାନଗିରି ୬୯, ମୟୁରଭଂଜ ୧୭୧, ନବରଂଗପୁର ୫୪, ନୟାଗଡ଼ ୫୩, ନୂଆପଡ଼ା ୫୮, ପୁରୀ ୧୮୨, ରାୟଗଡ଼ା ୧୩୪, ସମ୍ବଲପୁର ୧୧୩, ସୋନପୁର ୧୯, ସୁନ୍ଦରଗଡ଼ ୧୩୩ ଜଣ, ଅନ୍ୟାନ ୨୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୬୮୪ ଟି ମାମଲା ସକ୍ରିୟ ରହିଥିବା ୧୪୫୬୭୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






