ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲା ଚାଲିଥିବା ବେଳେ ଜିଲ୍ଲାର ୫ଟି ବ୍ଲକରେ ୫ ଶହରୁ ଉର୍ଦ୍ଧ୍ୱ ଆକ୍ରନ୍ତ ଚିହ୍ନଟ ହୋଇ ସାରିଥିବା ସୂଚନା ମିଳିଛି । ଜିଲ୍ଲା କୋଭିଡ୍ ନୋଡାଲ୍ ଅଧିକାରୀ ତଥା ବନଖଣ୍ଡ ଅଧିକାରୀ ଧନରାଜ୍ ଏଚଡିଙ୍କ ସୂଚନାନୁସାରେ, ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକରେ ସର୍ବାଧିକ ୬୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦୭ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ସେହିଭଳି ଭାବେ ଭାପୁର ବ୍ଲକରେ ୩୬୭ ଆକ୍ରାନ୍ତ ୩୧୬ ଜଣ ସୁସ୍ଥ, ଗଣିଆ ବ୍ଲକରେ ୧୨୩ ଆକ୍ରାନ୍ତ ୯୩ ସୁସ୍ଥ, ଦଶପଲ୍ଲା ବ୍ଲକରେ ୫୦୮ ଆକ୍ରାନ୍ତ ୪୪୮ ସୁସ୍ଥ, ଖଣ୍ଡପଡ଼ାରେ ୪୦୭ ଆକ୍ରାନ୍ତ ୩୫୭ ସୁସ୍ଥ, ନୟାଗଡ଼ ବ୍ଲକରେ ୫୩୮ ଆକ୍ରାନ୍ତ ୪୫୦ ସୁସ୍ଥ, ନୂଆଗାଁ ବ୍ଲକରେ ୩୪୧ ଆକ୍ରାନ୍ତ ୨୯୦ ସୁସ୍ଥ, ରଣପୁର ବ୍ଲକରେ ୬୫୦ ଆକ୍ରାନ୍ତ ୬୦୨ ସୁସ୍ଥ ବୋଲି ଜଣାଯାଇଛି । ଏଥିସହିତ ନୟାଗଡ଼ ପୈାରାଞ୍ଚଳ ଏବଂ ଅନ୍ୟ ଜିଲ୍ଲାରୁ ନୟାଗଡ଼ରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୦୫ ହୋଇଥିବା ବେଳେ ୩୯୨ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଫଳରେ ଜିଲ୍ଲା ନୟାଗଡ଼, ଦଶପଲ୍ଲା, ଓଡ଼ଗାଁ ଏବଂ ରଣପୁର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଉପରେ ରହିଥିବା ଜଣାଯାଇଛି ।






