ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହା ରେକର୍ଡ଼ ସଂଖ୍ୟକ ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦ରେ ପଂହଚିଛି । ସେଥିମଧ୍ୟରେ ୨୪୭୮ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୭୯୨ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୪୭, ବାଲେଶ୍ୱର ୧୫୦, ବରଗଡ଼ ୧୮୩, ଭଦ୍ରକ ୫୫, ବଲାଙ୍ଗିର ୯୭, ବୈାଦ୍ଧ ୨୨, କଟକ ୩୭୪, ଦେବଗଡ଼ ୧୮, ଢେଙ୍କାନାଳ ୬୩, ଗଜପତି ୫୮, ଗଂଜାମ ୬୮, ଜଗତସିଂହପୁର ୧୮୮, ଯାଜପୁର ୧୬୨, ଝାରସୁଗୁଡ଼ା ୧୨୧, କଳାହାଣ୍ଡି ୪୪, କନ୍ଧମାଳ ୭୩, କେନ୍ଦ୍ରାପଡ଼ା ୯୯, କେନ୍ଦୁଝର ୮୭, ଖୋର୍ଦ୍ଧା ୮୭୬, କୋରାପୁଟ ୮୩, ମାଲକାନଗିରି ୬୪, ମୟୁରଭଂଜ ୧୩୧, ନବରଂଗପୁର ୮୬, ନୟାଗଡ଼ ୪୭, ନୂଆପଡ଼ା ୧୧୯, ପୁରୀ ୨୮୭, ରାୟଗଡ଼ା ୮୦, ସମ୍ବଲପୁର ୧୧୪, ସୋନପୁର ୭୪, ସୁନ୍ଦରଗଡ଼ ୭୮ ଜଣ, ଅନ୍ୟାନ ୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୪୭୩ ଟି ମାମଲା ସକ୍ରିୟ ରହିଥିବା ୧୨୫୭୩୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





