ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୩୬୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୫୦ରେ ପଂହଚିଛି । ସେଥିମଧ୍ୟରେ ୨୧୫୧ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୪୯୪ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୩୯, ବାଲେଶ୍ୱର ୧୫୬, ବରଗଡ଼ ୧୫୭, ଭଦ୍ରକ ୧୪୩, ବଲାଙ୍ଗିର ୩୯, ବୈାଦ୍ଦ ୩୦, କଟକ ୩୫୭, ଦେବଗଡ଼ ୧୫, ଢେଙ୍କାନାଳ ୬୮, ଗଜପତି ୯, ଗଂଜାମ ୪୬, ଜଗତସିଂହପୁର ୯୫, ଯାଜପୁର ୧୧୬, ଝାରସୁଗୁଡ଼ା ୯୧, କଳାହାଣ୍ଡି ୭୯, କନ୍ଧମାଳ ୯୫, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୬, ଖୋର୍ଦ୍ଧା ୫୧୭, କୋରାପୁଟ ୯୫, ମାଲକାନଗିରି ୩୩, ମୟୁରଭଂଜ ୧୩୭, ନବରଂଗପୁର ୯୦, ନୟାଗଡ଼ ୩୮, ନୂଆପଡ଼ା ୯୦, ପୁରୀ ୨୪୬, ରାୟଗଡ଼ା ୭୯, ସମ୍ବଲପୁର ୧୨୭, ସୋନପୁର ୯୯, ସୁନ୍ଦରଗଡ଼ ୮୪ ଜଣ, ଅନ୍ୟାନ ୩୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୯୨୮ ଟି ମାମଲା ସକ୍ରିୟ ରହିଥିବା ୧୨୨୦୨୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





