ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଦିନକୁ ଦିନ ଭୟାବହ ଆଡ଼କୁ ଗତି କରୁଛି । ଯେଉଁପରି ଭାବେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେହି ତୁଳନାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ କିଛିଦିନ ମଧ୍ୟରେ ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ ଗଦାଧରପ୍ରସାଦ ପଂଚାୟତରୁ ୨୫ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କୈାଣସି କଟକଣା ଲଗାଯାଇ ନାହିଁ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ପଞ୍ଚାୟତକୁ ସଟ୍ଡାଉନ୍ କିମ୍ବା କଣ୍ଟେନ୍ମେଣ୍ଟ ଘୋଷଣା କରିବାକୁ ଦାବି ହେଉଛି ।






