ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୩୯୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭ ରେ ପଂହଚିଛି । ସେଥିମଧ୍ୟରେ ୨୩୫୯ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୬୩୭ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୩୮, ବାଲେଶ୍ୱର ୨୦୯, ବରଗଡ଼ ୯୭, ଭଦ୍ରକ ୧୧୨, ବଲାଙ୍ଗିର ୧୨୪, ବୈାଦ୍ଦ ୩୯, କଟକ ୩୫୪, ଦେବଗଡ଼ ୧୦, ଢେଙ୍କାନାଳ ୮୭, ଗଜପତି ୨୫, ଗଂଜାମ ୮୯, ଜଗତସିଂହପୁର ୧୨୨, ଯାଜପୁର ୧୧୯, ଝାରସୁଗୁଡ଼ା ୭୯, କଳାହାଣ୍ଡି ୫୮, କନ୍ଧମାଳ ୪୭, କେନ୍ଦ୍ରାପଡ଼ା ୧୩୦, କେନ୍ଦୁଝର ୬୦, ଖୋର୍ଦ୍ଧା ୬୦୬, କୋରାପୁଟ ୯୩, ମାଲକାନଗିରି ୪୭, ମୟୁରଭଂଜ ୧୬୦, ନବରଂଗପୁର ୧୫୧, ନୟାଗଡ଼ ୭୭, ନୂଆପଡ଼ା ୨୭୯, ପୁରୀ ୧୦୫, ରାୟଗଡ଼ା ୯୧, ସମ୍ବଲପୁର ୮୮, ସୋନପୁର ୯୧, ସୁନ୍ଦରଗଡ଼ ୮୮ ଜଣ, ଅନ୍ୟାନ ୨୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୫୮ ଟି ମାମଲା ସକ୍ରିୟ ରହିଥିବା ୧୦୮୦୦୧ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






