ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ସାରା ବିଶ୍ୱରେ କରୋନା ମହାମାରୀରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷରେ ପଂହଚିଥିବା ବେଳେ ଭାରତରେ ଏହା ୨୩୯ ବୋଲି ଜଣାପଡ଼ିଛି । ସେହିଭଳି ଓଡ଼ିଶାରେ ଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦ ଛୁଇଁଛି । ଏମାନଙ୍କ ମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୧୨ ଜଣ କରୋନା ରୋଗୀ ସୁସ୍ଥ ହୋଇ ସାରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । କରୋନା କାରଣରୁ ରାଜ୍ୟ ସରକାର ଲକ୍ଡାଉନ୍ ଅବଧିକୁ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।






