ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ନୟାଗଡ଼ ସହରରେ ଥିବା ଜୁବିଲି ମାର୍କେଟରୁ ସଂଖ୍ୟାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଯାହାକୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ମାର୍କେଟକୁ ବନ୍ଦ କରି ଦିଆଯାଇଥିବା ଜଣାଯାଇଛି । ସୂଚନାନୁସାରେ, ଗତକାଲି ଏଠାରେ ସମସ୍ତ ବ୍ୟବସାୟୀ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା କରା ଯାଇଥିଲା । ସେମାନଙ୍କ ମଧ୍ୟରୁ ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ସେହିଭଳି ଭାବେ ପ୍ରିୟଦର୍ଶନୀ ମାର୍କେଟରୁ ଏକାଧିକ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।






