ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ କାଳିକାପ୍ରସାଦ ସରପଂଚ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏନେଇ ନିଜେ ସରପଂଚ ସୋସିଆଲ ମିଡିଆରେ ଉଲ୍ଲେଖ କରିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ଏହି ଅଂଚଳର ୧୨ ଜଣ କରୋନା ହୋଇଥିବା ଜଣାଯାଇଛି ।






