ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଆଜି ରାଜ୍ୟରେ ନୂଆ ୩୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯ ହଜାର ୭୮୦ ରେ ପଂହଚିଛି । ସେଥିମଧ୍ୟରେ ୧୯୩୧ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୨୮୮ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୬୬, ବାଲେଶ୍ୱର ୧୯୪, ବରଗଡ଼ ୧୮୫, ଭଦ୍ରକ ୮୭, ବଲାଙ୍ଗିର ୧୦, ବୈାଦ୍ଦ ୩୬, କଟକ ୪୦୦, ଢେଙ୍କାନାଳ ୩୭, ଗଂଜାମ ୨୭, ଗଜପତି ୧୬୯, ଜଗତସିଂହପୁର ୬୦, ଯାଜପୁର ୧୧୭, ଝାରସୁଗୁଡ଼ା ୬୦, କଳାହାଣ୍ଡି ୩୭, କନ୍ଧମାଳ ୩୨, କେନ୍ଦ୍ରାପଡ଼ା ୫୭, କେନ୍ଦୁଝର ୧୦୨, ଖୋର୍ଦ୍ଧା ୭୩୧, କୋରାପୁଟ ୯୦, ମାଲକାନଗିରି ୧୩, ମୟୁରଭଂଜ ୧୩୭, ନବରଂଗପୁର ୫୫, ନୟାଗଡ଼ ୬୨, ନୂଆପଡ଼ା ୪୯, ପୁରୀ ୨୧୭, ରାୟଗଡ଼ା ୨୫, ସମ୍ବଲପୁର ୭୮, ସୋନପୁର ୨୬, ସୁନ୍ଦରଗଡ଼ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୪୪୩ ଟି ମାମଲା ସକ୍ରିୟ ରହିଥିବା ୮୦୭୭୦ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






